ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ତେଲେଙ୍ଗାନା ସରକାରଙ୍କ ସଚେତନତା

ମାଲକାନଗିରି,ଏନ୍ଏନ୍ଏସ୍: ପର୍ଯ୍ୟଟନ ଶିଳ୍ପର ବିକାଶ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ତେଲେଙ୍ଗାନା ରାଜ୍ୟ ସରକାଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ସୃଷ୍ଟି କରାଯାଇଛି। ପର୍ଯ୍ୟଟନ ବିଭାଗ ତେଲେଙ୍ଗାନାର ରାଜ୍ୟର ପର୍ଯ୍ୟଟନକୁ ପ୍ରତ୍ସୋହନ ଦେବା ସହ ପ୍ରଚାର ଓ ପ୍ରସାର ପାଇଁ ଏସୋସିଏସନ ଫର ଦି ପ୍ରମୋସନ ଅଫ ଦି ଆର୍ଟ ଅଫ ପ୍ୟୁପରଟ୍ରି ସଂସ୍ଥାକୁ ଦାୟିତବ ଦିଆଯାଇଛି।

ଏହି ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ଜି.ମାଧବୀ ଲତା, ମିଶନର ନିର୍ଦ୍ଦେଶକ କେ.କ୍ରୀଷ୍ଣା, ପ୍ରକଳ୍ପ ସଂଯୋଜକ ଉଦୟ ତେଜା ଓଡ଼ିଶାର ୧୨ ଟି ଜିଲ୍ଲାକୁ ଗସ୍ତ କରି ଜନସାଧାରଣଙ୍କୁ ତେଲେଙ୍ଗାନାର ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଉପରେ ସଚେତନ କରିବା ସହ ବୁଝାଇବେ। ତେଲେଙ୍ଗାନାର ରାଜ୍ୟର ୪୦୦ ବର୍ଷ ପୁରୁଣା ଐତିହାସିକ କିର୍ତିରାଜି ଯଥା- ଚାରମିନାର, ଗୋଲକୋଣ୍ଡା ଫୋର୍ଟ, ରାମାପ୍ପା, ୧୦୦୦ ପିଲାର ମନ୍ଦିର ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଉପରେ ଲୋକଙ୍କୁ ସୂଚନା ପ୍ରଦାନ କରିବା ସହ ତେଲେଙ୍ଗାନା ରାଜ୍ୟକୁ ସ୍ୱାଗତ କରୁଛନ୍ତି।

ଆଜି ଏହି ସଂସ୍ଥାର କର୍ମକର୍ତ୍ତାମାନେ ସ୍ଥାନୀୟ ସୁବାଷ ବୋଷ ଛକ ନିକଟରେ ପୋପେଟ ଓ ନାମଫଳକ ସହ ଲୋକଙ୍କୁ ସୂଚନା ପ୍ରଦାନ କରୁଛନ୍ତି। ଆଗାମୀ ଦିନରେ ଏହି ଦଳ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକ, ପୂରୀ, କେନ୍ଦୁଝର, ଢେଙ୍କାନାଳ, ଦେଓଗଡ଼, ସମ୍ବଲପୁର ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।