୧୦ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

ଦେଓଗାଁ,ଏନ୍ଏନ୍ଏସ୍ : ତୁଷୁରା ଥାନା ଅନ୍ତଗର୍ତ ଗୁଡ଼େଭଲା ଫାଣ୍ଡିର ଜାମୁଟ ଗାେଁର ଏକ ଅଭାବନୀୟ ଘଟଣା ଘଟିଛି। ୫୫ ବର୍ଷୀୟ ଜଣେ ବ୍ୟକ୍ତି ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ୧୦ ବର୍ଷର ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ତୁଷୁରା ଥାନାରେ ଅଭିଯୋଗ ହୋଇଛି। ଏନେଇ ତୁଷୁରା ପୁଲିସ ପ୍ରାଥମିକ ତଦନ୍ତ କରି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ଜାମୁଟ ଗାଁର ମୁସଲମାନ ପଡ଼ାର ସୈଫତ ଖାନ୍ ବୋଲି ତୁଷୁରା ପୁଲିସ ପକ୍ଷରୁ ସୂଚନା ମିଳିଛି।

ନାବାଳିକାର ବାପା କରିଥିବା ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର ରାତି ୧୧ଟା ସମୟରେ ନାବାଳିକା ଶୋଇଥିବା ଘରେ ପଶି ଯୌନ ପିପାଶୁ ବିଛଣାରୁ ତାଙ୍କୁ ଟେକି ନେଇ ନିକଟରେ ଥିବା ଏକ ବାଲିଗଦାରେ ଉଲଗ୍ନ କରି ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲା। ନାବାଳିକାର ଚିତ୍କାର ଶୁଣି ବାପା ଆସି ଦେଖିଲା ବେଳକୁ ଅଭିଯୁକ୍ତ ଜଣକ ହାତରେ ଧାରୁଆ ଅସ୍ତ୍ର ଧରି ତଣ୍ଟି ଚିପୁଥିଲା। ଏନଇ ଗାଁରେ ଖବର ବ୍ୟାପିବା ପରେ ପଡ଼ାବାସି ରୁଣ୍ଡ ହେବାରୁ ନାବାଳିକାର ପିତାଙ୍କ ଅଙ୍ଗୁଳିକୁ ଜୋରରେ କାମୁଡ଼ି ଦେଇ ଅଭିଯୁକ୍ତ ଜଣକ ଖସି ପଳାଇଥିଲା। ଖବର ପାଇ ତୁଷୁରା ଥାନାଧିକାରୀ ସୁରେଶ ଚନ୍ଦ୍ର ପଧାନ ଗାଁରେ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।