ଥାନା ଭିତରେ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ

ବିନିକା,ଏନ୍ଏନ୍ଏସ୍: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭିତରେ ଜଣେ ଯୁବ ଠିକାଦାର ଥାନା ଭିତରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦେହରେ କିରାସିନି ଢ଼ାଳି ଠିକାଦାର ଜଣଙ୍କ ଆତ୍ମାହୁତି ଉଦ୍ୟମ କରୁଥିଲେ। ପୁଲିସ ତାଙ୍କୁ କାବୁ କରି ଅଟକ ରଖିଛି।

ସୂଚନା ଅନୁସାରେ ରାସ୍ତା କାମର ବକେୟା ୮୭ ହଜାର ଟଙ୍କା ନମିଳିବାରୁ ସେ ଏହି ପଦକ୍ଷେପ ନେଇଛନ୍ତି। ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଧମକ ଅଭିଯୋଗରେ ପୁଲିସ ଠିକାଦାରଙ୍କୁ ଥାନାକୁ ଡାକିଥିଲା। ଥାନାକୁ ଆସି ଦେହରେ କିରାସିନି ଢ଼ାଳି ଠିକାଦାର ଆତ୍ମାହୁତି ଉଦ୍ୟମ କରିଥିଲେ।