ସ୍ତ୍ରୀକୁ ମାରିଦେବା ପାଇଁ ଘରେ ନିଆଁ ଲଗାଇଦେଲା ସ୍ୱାମୀ

ପାଟଣା,ଏନ୍ଏନ୍ଏସ୍: ପାରିବାରିକ କଳହକୁ କେନ୍ଦ୍ରକରି ନିଜ ସ୍ତ୍ରୀ କୁ ପୋଡି ମାରିଦେବା ପାଇଁ ଘରେ ନିଆଁ ଲଗାଇଥିବା ଅଭିଯୋଗରେ ଖିରେଇଟାଙ୍ଗିରି ଗ୍ରାମର ରାଜେନ୍ଦ୍ର ନାଏକ(୪୦)କୁ ତୁରୁମୁଙ୍ଗା ପୋଲିସ ରବିବାର ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ଦେଢ଼ଶାଶୁ ବାସନ୍ତୀ ନାଏକଙ୍କ ଅଭିଯୋଗ କ୍ରମେ ରାଜେନ୍ଦ୍ରକୁ ଗିରଫ କରିଛି ପୋଲିସ । ଅଭିଯୋଗ ଅନୁଯାୟୀ ଖିରେଇଟାଙ୍ଗିରି ଗ୍ରାମର ରାଜେନ୍ଦ୍ର ୧୫ ବର୍ଷ ପୂର୍ବରୁ ସେହି ଗ୍ରାମର ସୁକାନ୍ତି ନାଏକଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କ ମଧ୍ୟରେ ଝଗଡା ଯୋଗୁଁ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିଛେଦ ହୋଇଥିଲା।

ଫଳରେ ରାଜେନ୍ଦ୍ରଙ୍କ ସ୍ତ୍ରୀ ନିଜ ବଡ଼ ଭଉଣୀ ବାସନ୍ତୀଙ୍କ ଘରେ ରହି ଆସୁଥିଲେ। ଗତ ୫ ତାରିଖ ରାତି ୧୦ ଟା ସମୟରେ ରାଜେନ୍ଦ୍ର ଦେଢ଼ଶାଶୁ ଘରକୁ ଯାଇ କିରାସିନି ଢାଳି ଦେଇ ଘର ପୋଡିଦେଇ ଫେରାର ହୋଇଯାଇଥିଲା । ସୌଭାଗ୍ୟବଶତଃ ସ୍ତ୍ରୀ ସୁକାନ୍ତି ଉକ୍ତ ଦିନ ମେଡିକାଲ ଯାଇଥିବାବେଳେ ଘର ଭିତରେ ଦେଢ଼ ଶାଶୁ ବାସନ୍ତୀ ଅଳ୍ପକେ ବର୍ତ୍ତିଯାଇଥିଲେ।

ଏନେଇ ବାସନ୍ତୀ ଗତ ୬ ତାରିଖ ଦିନ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିବା ପରେ ତୁରୁମୁଙ୍ଗା ପୋଲିସ ଘଟଣାର ତଦନ୍ତ ଜାରି ରଖି ଅଭିଯୁକ୍ତ ସ୍ୱାମୀ ରାଜେନ୍ଦ୍ରକୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି।