ବୋହୂ ନୁହେଁ ଯୌତୁକ: ବିବାହ ପ୍ରତିଶ୍ର୍ରୁତି ଦେଇ ହତ୍ୟା ଉଦ୍ୟମ ଅଭିଯୋଗ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ଯୌତୁକ ପ୍ରଥାକୁ ସବୁଠୁ ବଡ଼ ଅପରାଧ ବୋଲି କୁହାଯାଉଛି ତଥାପି ଲୋକେ ଆଜିକା ସମୟରେ ଯାନି ଯୌତୁକ ପ୍ରଥାକୁ ଧରିନେଇ ବିଭିନ୍ନ ସମୟରେ ନିଜ ଘରର ବୋହୁକୁ ଅତ୍ୟାଚାର କରୁଥିବା ଦେଖିବାକୁ ମିଳୁଛି। ଆଜି ଏଭଳି ଏକ ଅତି ଦୁଃଖଦାୟକ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ରେ ଦେଖାଦେଇଛି। ଗତ କିଛିବର୍ଷ ଧରି ବାବୁଲା ପାଣିଗ୍ରାହୀ ଙ୍କ ପୁଅ ତ୍ରିନାଥ ପାଣିଗ୍ରାହୀ(୨୪) ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ରହୁଥିବା ରୁନିତା ମହାନ୍ତି(୨୧) (ଛଦ୍ମ ନାମ) ନାମକ ଝିଅଟିକୁ ଭଲ ପାଉଥିଲା।

ଗତ କିଛିଦିନ ତଳେ ଭଲ ପାଇବା ର ବାହାନାରେ ବାହା ହେବ ବୋଲି ମିଛ ପ୍ରତିଶୃତି ଦେଇ ତ୍ରିନାଥ ଝିଅକୁ ରାତି ଅଧରେ ନେଇଯାଇଥିଲା। ଏହାପରେ ସେମାନେ ବିବାହ ନ କରି କିଛିଦିନ ସେମାନଙ୍କ ଘରେ ରହିଆସୁଥିଲେ। କିନ୍ତୁ ତ୍ରିନାଥର ବାପା ମାଆ ଯାନିଯୌତୁକ ଦେଲେ ତାଙ୍କ ପୁଅ ସେ ଝିଅକୁ ବିବାହ କରିବ ବୋଲି ଜିଦ ଧରି ବସିଥିଲେ। ତେଣୁ ତାଙ୍କ ପୁଅକୁ ସେ ଅନ୍ୟତ୍ର ବିବାହ କରାଇବେ ବୋଲି ତାକୁ ଗାଁକୁ ମଧ୍ୟ ନେଇଯାଇଥିଲେ। ଏହାପରେ ରୁନିତା ବାରମ୍ବାର ଫୋନ ଯୋଗେ ତ୍ରିନାଥକୁ ଯୋଗାଯୋଗ କରିଥିଲା। କିନ୍ତୁ ସେ ବିଭିନ୍ନ ଭାଷାରେ ଗାଳି ଗୁଲଜ କରିଥିବା ପିଡୀତା କହିଥିଲା। ଶେଷରେ ବାଧ୍ୟହୋଇ ଯୁବକ ଜଣକ ନିଜ ଗାଁରୁ ସୋମବାର ଆସି ପହଞ୍ଚିଥିଲା।

ପୀଡିତାର କହିବାନୁଯାୟୀ ଘରେ ଆସି ନ ପହଂଚୁଣୁ ତ୍ରିନାଥ ଏବଂ ତାର ବାପା ମାଆ ରୁନିତା( ଛଦ୍ମ ନାମ)କୁ ମାଡି ବସି ତାଙ୍କ ଓଢ଼ଣୀ ବେକରେ ଲଗାଇ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ। ଝିଅର ପରିବାର ଲୋକେ ସେ ଦିନ ସକାଳୁ ବହୁଥର ଫୋନ ଯୋଗେ ତାଙ୍କ ଝିଅକୁ ଯୋଗାଯୋଗ କରିଥିଲେ, କିନ୍ତୁ ତାଙ୍କ ଝିଅ ଫୋନ ନ ଗ୍ରହଣ କରିବାରୁ ବାଧ୍ୟହୋଇ ସେ ତାଙ୍କ ସାନ ଝିଅକୁ ତା ଶାଶୂଘରକୁ ପଠାଇଥିଲେ ସେଠାରେ ପୀଡିତାର ସାନ ଭଉଣୀ ଏସବୁ ନିଜ ଆଖିରେ ଦେଖିଥିଲା।

ପରେ ପୀଡିତାର ପରିବାର ଲୋକ ସଙ୍ଗେ ସଙ୍ଗେ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଦୀର୍ଘ ୪ ଘଣ୍ଟା ପରେ ଝିଅର ହୋସ ଆସିଥିଲା। କିନ୍ତୁ ଝିଅଟି ବହୁ ମାତ୍ରାରେ ଅସୁସ୍ଥ ହୋଇ ପଡିବାରୁ ଡାକ୍ତର ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ବର୍ତ୍ତମାନ ଝିଅ ଟି ସୁସ୍ଥ ଥିବା ତା ପରିବାର ଲୋକେ କହିଛନ୍ତି। ଏବଂ ତ୍ରିନାଥକୁ ଥାନାରେ ଅଟକ ରଖାଯାଇଛି।