ଶାଶୂ ହାତ ହାଣି ଜ୍ୱାଇଁ ଗିରଫ, କଟୁରି ଜବତ

ନୟାଗଡ଼,ଏନ୍‌ଏନ୍‌ଏସ୍: ନୟାଗଡ଼ ଟାଉଟଥାନା ଅନ୍ତର୍ଗତ ନବଘନପୁରରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି। ଶାଶୂର ହାତ ହାଣି ଜ୍ୱାଇଁ ଗିରଫ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ନବଘନପୁର ଗ୍ରାମର ସ୍ୱର୍ଗତ ଆର୍ତ୍ତ ସ୍ୱାଇଁଙ୍କ ଝିଅ ଘଡ଼ୁଆଳ ଗ୍ରାମର ଭାଗୀରଥି ମାଝୀଙ୍କୁ ପୁଅ ସୁଶାନ୍ତ ମାଝୀଙ୍କୁ ବିବାହ କରିଥିଲେ। ଗତକାଲି କୌଣସି ଘଟଣାକୁ କେନ୍ଦ୍ର କରି ଜ୍ୱାଇଁ ସୁଶାନ୍ତ ଏକ କତା ସାହାଯ୍ୟରେ ଶାଶୂଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ଶାଶୂଙ୍କ ହାତ ଆଙ୍ଗୁଠି କଟି ଯାଇଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆର୍ତ୍ତଙ୍କ ପୁଅ ତଥା ସୁଶାନ୍ତଙ୍କ ଶଳା ବିକ୍ରମ ସ୍ୱାଇଁଙ୍କ ଅଭିଯୋଗ ଅନୁସାରେ ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଜ୍ୱାଇଁ ସୁଶାନ୍ତ ମାଝୀଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଏଥିସହ ଆକ୍ରମଣରେ ବ୍ୟବହୃତ କଟୁରିକୁ ପୁଲିସ ଜବତ କରିଛି।