ମହିଳାଙ୍କୁ ମରାଣତ୍ମକ ଆକ୍ରମଣ

ରାୟଗଡା,ଏନ୍ଏନ୍ଏସ୍ : ଜଣେ ବିବାହିତ ମହିଳାଙ୍କୁ ମରାଣନ୍ତ୍ରକ ଆକ୍ରମଣ ହୋଇଛି। ଘଟଣାଟି ୧୪ ତାରିଖ ଦିନ ହୋଇଥିଲେ ସୁଦ୍ଧା ବର୍ତମାନ ସୁଦ୍ଧା ଦୋଷୀମାନଙ୍କୁ କଲ୍ୟାଣସିଂହପୁର ପୋଲିସ ଗିରଫ କରିନଥିବା ଅଭିଯୋଗୀରେ ଆଜି ଆକ୍ରମଣର ଶୀକାର ହୋଇଥିବା ମହିଳା ଏସ୍.ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଘଟଣାକ୍ରମେ, କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରୀ ଗ୍ରାମପଂଚାୟତ ଅନ୍ତର୍ଗତ ଖରପଡା ଗ୍ରାମବାସିନ୍ଦା ଶାନ୍ତିଲତା ମହାନନ୍ଦିଆ ଅଭିଯୋଗ ଆଣିଛନ୍ତି ଯେ, ସେହି ଗ୍ରାମର ହରେକୃଷ୍ଣ ବାଗ ଏବଂ ନିଜର କିଛି ସଂପର୍କୀୟ ୧୪ ତାରିଖ ଦନରେ ମୋ ବାପା ରାମକୃଷ୍ଣ ବାଗଙ୍କୁ ଆକ୍ରମଣ କରୁଥିବା ଦେଖି ମୁଁ ଘଟଣା ସ୍ଥଳରେ ପହଂଚିଥିଲେ।

ମୋତେ ହରେକୃଷ୍ଣ ବାଗ ଦେଖି ଆପତିଜନକ ଭାଷା ବ୍ୟବହାର କରିବା ସହ ଧରିଥିବା ଏକ ଲୁହା ରଡ ମାଧ୍ୟମରେ ମୋତେ ଆକ୍ରମଣ କରିଥିଲେ। ତେବେ ଲୁହା ରଡଟି ମୋ ଛାତିରେ ନ ବାଜି ମୋ ଜଘଂରେ ବାଜି ଯାଇଥିଲେ। ମୁଖ୍ୟ ଅଭିମୁକ୍ତ ରାମକୃଷ୍ଣ ବାଗ ସହ ଆସିଥିବା ଖଗେଶ ବାଗ, ସୁରେନ୍ଦ୍ର ବାଗ, କୃଷ୍ଣଚନ୍ଦ୍ର ବାଗ, ପିଙ୍କି ବାଗ, ପକ୍ଷୀ କରକରିଆ, ସୁବାସିନୀ ବାଗ ମୋତେ ତଳେ ପକାଇ ବିଧା, ଗୋଇଠି ମାରି ଲହୁଲୁହାଣ କରିଦେଇଥିଲେ। ଘଟଣା ସଂପର୍କରେ କଲ୍ୟାଣସିଂହପୁର ଥାନାରେ ଲିଖିତ ଅଭିଯୋଗ ଜଣାଇଥିଲେ। ତେବେ ୯ ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇନଥିବା ଯୋଗୁଁ ଆଜି ଶାନ୍ତିଲତା ମହାନନ୍ଦିଆ ନିଜ ପରିବାରବର୍ଗ ସହ ଆସି ଏସ.ପି ଡଃ ଶ୍ରବଣା ବିବେକ ଏମଙ୍କୁ ସାକ୍ଷାତ କରିଥିଲେ।