ମୟୂରଭଞ୍ଜ,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଖୁଦପୁଟୁଳି ଗାଁରେ ଜଣେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି। କରୋନା ପଜିଟିଭ ରିପୋର୍ଟ ଦେବାକୁ ନେଇ ଜଣେ ଆଶା କର୍ମୀଙ୍କୁ ପୀଡ଼ିତଙ୍କ ପରିବାର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଖୁଦପୁଟୁଳି ଗାଁର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ଏନେଇ ଆଶାକର୍ମୀ ସୂଚନା ଦେବାପରେ ଗତ ୪ ତାରିଖରେ ଉକ୍ତ ବ୍ୟକ୍ତିଙ୍କୁ ଭୁବନେଶ୍ୱରର ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗତ ୯ ତାରିଖରେ କରୋନା ଆକ୍ରାନ୍ତଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ଲୋକେ ଆଶାକର୍ମୀଙ୍କୁ କାହିଁକି ରିପୋର୍ଟ ଦେଲ ବୋଲି କହି ଆକ୍ରମଣ କରିଥିଲେ। ଏନେଇ ଆଶାକର୍ମୀ ପକ୍ଷରୁ ଆଜି ଉଦଳା ଥାନାରେ ଲିଖିତ ଅଭିଯୋଗ ହୋଇଛି। ସେହିପରି ଏହି ଘଟଣାରେ ପୁଲିସ ପକ୍ଷରୁ କୌଣସି ତଥ୍ୟ ଦିଆଯାଇନାହିଁ।