ଅପେରା ଚାଲୁଥିବା ସମୟରେ ଭୁଜାଲିରେ ଆକ୍ରମଣ କଲେ ଦୁର୍ବୃତ୍ତ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକରେ କଳୀପୂଜାର ମାହୋଲ ଚାଲିଥିବା ବେଳେ ଏହି ସମୟରେ ଜଣେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳିପୂଜାକୁ ଦେଖିବା ପାଇଁ ବହୁ ସ୍ଥାନରୁ ଲୋମାନେ ଭିଡ଼ ଜମାଇଥାନ୍ତି ଓ ଏହା ଅନେକ ଦିନ ଧରି ଚାଲେ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଶେଷ ଦିନରେ ଅପେରା ଚାଲୁଥିବା ବେଳେ ଜଣେ ଯୁବକଙ୍କୁ ଦୁର୍ବୃତ୍ତ ଜଣେ ଭୁଜାଲିରେ ଆକ୍ରମଣ କରିଥିଲେ। ଏଥିରେ ଯୁବକ ଜଣଙ୍କ ଗୁରୁତର ହୋଇଥିବାବେଳେ ଦୁର୍ବୃତ୍ତ ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲା।

ସୂଚନା ଅନୁସାରେ ୨ ଦିନ ତଳେ ଯାତ୍ରା କର୍ମକର୍ତ୍ତାଙ୍କ ସହ ବାଙ୍କ ସାହି ଗାଁର କିଛି ଯୁବକଙ୍କ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଏଭଳି ହୋଇଥିବା କୁହାଯାଉଛି। ଭୁଜାଲି ମାଡର ଶିକାର ହୋଇଥିବା ବ୍ୟକ୍ତି ଜଣକ ଜିତୁ ପଢ଼ିଆରୀ ବୋଲି ଜଣାପଡିଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।