ଗୋରଖପୁର,ଏଜେନ୍ସି: ଉତ୍ତର ପ୍ରଦେଶର ଗୋରଖପୁରରେ ମନ୍ଦିରର ସୁରକ୍ଷା ପାଇଁ ମୁତୟନ ହୋଇଥିବା ୨ ଜଣ ସିପାହୀଙ୍କ ଉପରେ ଜଣେ ଦୁର୍ବୃତ୍ତ ଆକ୍ରମଣ କରିଛି। ଆକ୍ରମଣର ଶିକାର ହେବା ପରେ ୨ ଜଣ ସିପାହୀ ଆହତ ହୋଇଛନ୍ତି। କୁହାଯାଉଛି ଯେ, ଗୋରଖପୁର ଅଞ୍ଚଳର ଅଭିଯୁକ୍ତ ନିକଟରେ ମୁମ୍ବାଇରୁ ଆସିଥିଲା। ମନ୍ଦିରରେ ଚେକିଂ ସମୟରେ ଦୁର୍ବୃତ୍ତକୁ ଯବାନମାନେ ଅଟକାଇଥିଲେ। ଏଥିରେ ସେ ଉତ୍କ୍ଷିପ୍ତ ହୋଇ ଯବାନମାନଙ୍କ ଉପରେ ଆକ୍ରମଣ କରିଥିଲା।
ଏହି ଘଟଣା ପରେ ରବିବାର ଗୋରଖନାଥ ମନ୍ଦିରରେ ଚାପା ଉତ୍ତେଜନା ଲାଗି ରହିଥିଲା। ଅଭିଯୁକ୍ତ ଯୁବକ ସିପାହୀଙ୍କୁ ଧାରୁଆ ଅସ୍ତ୍ର ଦ୍ବାରା ଆକ୍ରମଣ କରିଥିଲା। ଅତର୍କିତ ଆକ୍ରମଣ ପରେ ଲୋକ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଅନ୍ୟ ପୋଲିସ କର୍ମୀ ମଧ୍ୟ ଦୌଡ଼ି ଆସିଥିଲେ। ଆକ୍ରମଣକାରୀ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଲୋକଙ୍କର ମାଡ଼ରେ ଯୁବକ ଆହତ ହୋଇଥିଲା। ୨ ସିପାହୀ ସମେତ ଅଭିଯୁକ୍ତକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।