ସଇଁନ୍ତଳା,ଏନ୍ଏନ୍ଏସ୍: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବାବେଳେ ଆଜି ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଜୁରାବନ୍ଧ ପଂଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି । ଜୁରାବନ୍ଧ ସରପଞ୍ଚ ପ୍ରାର୍ଥୀ ସତ୍ୟବସନ୍ତ ତାଣ୍ଡିଙ୍କ ସମର୍ଥକଙ୍କୁ ଆକ୍ରମଣ କରିବା ସହିତ ଗାଳିଗୁଲଜ ନେଇ ଥାନାରେ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଗତ ସୋମବାର ସରପଞ୍ଚ ପ୍ରାର୍ଥୀ ବସନ୍ତ ତାଣ୍ଡିଙ୍କ ସମର୍ଥକମାନେ ପ୍ରଚାର କରୁଥିବାବେଳେ ତାଙ୍କୁ ଅନ୍ୟ ସରପଞ୍ଚ ପ୍ରାର୍ଥୀର ସମର୍ଥକମାନେ ପହଂଚି ଡୁକେରଚରା ଛକରେ ଗାଳିଗୁଳଜ କରିଥିଲେ । ଗାଡ଼ିରେ ଲାଗିଥିବା ପୋଷ୍ଟର ଚିରି ଦେବା ସହ ତାଙ୍କ ସମର୍ଥକଙ୍କ ସହ ମାରପିଟ କରିଥିଲେ । ଏନେଇ ବସନ୍ତ ତାଣ୍ଡି ଟିକ୍ରାପଡ଼ା ଫାଣ୍ଡିକୁ ଆସି ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି ।