ଓମଫେଡ ମାଲିକଙ୍କୁ ଆକ୍ରମଣ

ଭୁବନେଶ୍ୱର,୨୬ା୮/ଏନ୍ଏନ୍ଏସ୍: ଭୁବନେଶ୍ୱର ଭରତପୁରରେ ଅଭାବନୀୟ ଘଟଣା ଘଟିଛି। ଏକ ଓମଫେଡ ପାର୍ଲରରେ ଦୁର୍ବୃତ୍ତମାନେ ପଶି ପାର୍ଲର ମାଲିକଙ୍କ ମୁଣ୍ଡ ଓ ହାତକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଓମଫେଡ ପାର୍ଲର ମାଲିକ ପ୍ରଦୀପ ସାହୁ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।