ଗାଜା ଉପରେ ଆକ୍ରମଣ: ମୃତ୍ୟୁସଂଖ୍ୟା ୮୩କୁ ବୃଦ୍ଧି

ଜେରୁଜେଲମ୍,ଏଜେନ୍ସି: ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଏବେ ଘମାଘୋଟ ଲଢ଼େଇ ଚାଲିଛି। ଗାଜାରେ ଇସ୍ରାଏଲର ଆକ୍ରମଣ ଯୋଗୁଁ ଅନ୍ୟୂନ ୮୩ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଥିଲାବେଳେ ୪୮୦ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୭ଜଣ ଶିଶୁ ଓ ୭ଜଣ ମହିଳା ଅଛନ୍ତି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଇସ୍ରାଏଲର ଜଣେ ଯବାନ ଗାଜାରେ ପାଟ୍ରୋଲିଂ କରୁଥିଲାବେଳେ ନିହତ ହୋଇଛନ୍ତି ଏବଂ ୬ଜଣ ନାଗରିକ ପ୍ରାଣ ହରାଇଛନ୍ତି। ଏଥିରେ ଦୁଇଜଣ ଶିଶୁ ଓ ଜଣେ ଭାରତୀୟ ଶ୍ରମିକ ରହିଥିବା ଏହି ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ହମାସର ୧୦ଜଣ ଟପ୍ କମାଣ୍ଡର ନିହତ ହୋଇଛନ୍ତି। ଇତିମଧ୍ୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ଜେ ବ୍ଲିଙ୍କେନ୍ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ସାକ୍ଷାତ କରି ଇସ୍ରାଏଲକୁ ଆମେରିକାର ପୂର୍ଣ୍ଣ ସମର୍ଥନ ରହିଛି ବୋଲି କହିଛନ୍ତି। ଆମେରିକା ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି, ଉଭୟ ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ଜନତାଙ୍କର ନିରାପଦରେ ବଞ୍ôଚବାର ଅଧିକାର ରହିଛି।
ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଗାଜା ସହରର ବହୁ ଅଟ୍ଟାଳିକା ଧ୍ୱଂସ ପାଇଯାଇଛି। ଏହାର ଦୃଶ୍ୟ ଇସ୍ରାଏଲ୍ ଟିଭି ଚ୍ୟାନେଲଗୁଡ଼ିକରେ ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ଗତ ବୁଧବାର ସୁଦ୍ଧା ପାଲେଷ୍ଟାଇନର ଆତଙ୍କୀ ସଂଗଠନ ହମାସ୍ ଇସ୍ରାଏଲ ଉପରେ ୩,୦୦୦ ରକେଟ୍ ମାଡ଼ କରିଛି। ଏହାର ଜବାବରେ ଇସ୍ରାଏଲ୍ ତା’ର ସ୍ଥଳସେନା ବ୍ୟବହାର କରିନଥିଲେ ମଧ୍ୟ ଶକ୍ତିଶାଳୀ ବାୟୁସେନା ସାହାଯ୍ୟରେ ପାଲେଷ୍ଟାଇନ୍ର ବ୍ୟାପକ ଅଞ୍ଚଳ କ୍ଷେପଣାସ୍ତ୍ର ମାଡ଼କରି ଧ୍ୱଂସ କରିଦେଇଛି।