ହ୍ୱାଇଟ ହାଉସ ନିକଟରେ ଗୁଳିମାଡ଼, ୧ ମୃତ ୫ ଗୁରୁତର

ୱାସିଙ୍ଗଟନ୍,ଏଜେନ୍ସି: ଗତକାଲି ରାତିରେ ୱାଶିଂଟନ୍ ଡିସିରହ୍ୱାଇଟହାଉସ ନିକଟରେ କେତେକ ଦୁର୍ବୃତ୍ତ ଆସି ଅତର୍କିତ ଗୁଳିମାଡ଼ କରିଥିଲେ। ଏଥିରେ ଜଣଙ୍କର ମୃତ ହୋଇଥିବାବେଳେ ୫ଜଣ ଗୁରୁତର ଥିବା ଜଣାଯାଇଛି। ସୂଚନା ଅନୁସାରେ ଗୁରୁବାର ରାତି ୧୦ରେ କିଛି ଦୁର୍ବୃତ୍ତ କଲୋମ୍ବିଆ ହାଇଟସ୍ ରୋଡ଼ରେ ଅତର୍କିତ ଗୁଳିମାଡ଼ କରିଥିଲେ। ଏହି ପରିପ୍ରେକ୍ଷୀରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ଆହତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ତେବେ ଏ ନେଇ ପୁଲିସ ସେମାନଙ୍କୁ ଚିହ୍ନଟ କରିପାରିନଥିବା ବେଳେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ହସ୍ପିଟାଲକୁ ନେଇଥିବା ଜଣାପଡ଼ିଛି। ସେହିପରି ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯିବା ସହ ତଦନ୍ତ ଜାରି ରହିଛି। ତେବେ ଏଥିରେ ଆତଙ୍କବାଦୀ ସଂଗଠନର ହାତ ଥିବା ସ୍ଥାନୀୟ ଲୋକମାନେ ପ୍ରତିକ୍ରିୟା ଦେଇଛନ୍ତି।