ଏଟିଏମ୍‌ ତାଡ଼ି ନେଲେ ଦୁର୍ବୃତ୍ତ

ବାରଙ୍ଗ,ଏନ୍ଏନ୍ଏସ୍: ନନ୍ଦନକାନନ ନିକଟସ୍ଥ ୨ନଂ ଫାଟକ ନିକଟରେ ଥିବା ପଞ୍ଜାବ ନ୍ୟାସନାଲବ୍ୟାଙ୍କ୍‌ ଏଟିଏମ୍‌କୁ ବୁଧବାର ଭୋରରେ କେତେକ ଦୁର୍ବୃତ୍ତ ତାଡ଼ି ସେଥିରେ ଥିବା ଟଙ୍କା ଚୋରାଇ ନେଇଥିବା ଜଣାପଡ଼ିଛି।

୨ଦିନ ତଳେ ସେହି ମେସିନ୍‌ରେ ଟଙ୍କା ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଚୋରମାନେ ଭାଙ୍ଗି ମେସିନକୁ ଚୋରେଇ ନେଇଥିଲେ। ଏ ନେଇ ଘଟଣାସ୍ଥଳରେ ନନ୍ଦନକାନନ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।