ଅଳ୍ପକେ ବର୍ତ୍ତିଗଲେ ମହିଳା, ସମୁଦ୍ରରେ ଗାଧୋଉଥିବାବେଳେ ଭାସିଗଲେ

ପୁରୀ,ଏନ୍ଏନ୍ଏସ୍: ପୁରୀ ସମୁଦ୍ରରେ ଜଣେ ପର୍ଯ୍ୟଟକ ଗାଧୋଉଥିବାବେଳେ ଭାସି ଯାଇଥିବା ଜଣାପଡ଼ିଥିଲା। ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଠିକ୍ ସମୟରେ ତାଙ୍କୁ ଉଦ୍ଧାର କରିବାରୁ ସେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣାରୁ ପର୍ଯ୍ୟଟକ ଜଣକ ବର୍ତ୍ତିଯାଇଛନ୍ତି।
ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ଲୀଳାବତି ସାହୁ ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ଭାସିଯାଇଥିଲେ। ମହିଳା ଜଣଙ୍କ ଭାସିଯାଉଥିବା ଦେଖି କୂଳରେ ଉପସ୍ଥିତ ଥିବା ଲାଇଫଗାର୍ଡ ଜି ଚକ୍ରଧର ଓ କେ ଅଜିତ ତାଙ୍କୁ ସେଠାରୁ ଉଦ୍ଧାର କରିଥିବା ଜଣାଯାଇଛି।