ମୋଷ୍ଟ ପପୁଲାର ଡିଭା ଏବଂ ବେଷ୍ଟ ପର୍ସନାଲିଟି ଆୱାର୍ଡ ଜିତିଲେ ଓଡ଼ିଶାର ମୁନମୁନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମରିସସରେ ଆୟୋଜିତ ମିସେସ ଇଣ୍ଡିଆ ୟୁନିଭର୍ସ ସ୍ୟୁଭଭେଣ୍ଟ ପ୍ରତିଯୋଗିତାରେ ଭୁବନେଶ୍ୱରରୁ ମୁନମୁନ ସିଂହ ନାମ୍ନୀ ଜଣେ ମହିଳା ଦୁଇଟି ପୁରସ୍କାର ପାଇଥିବା ଜଣାଯାଇଛି। ତେବେ ମୁନମୁନ ସିଂହଙ୍କୁ ମୋଷ୍ଟ ପପୁଲାର ଡିଭା ଏବଂ ବେଷ୍ଟ ପର୍ସନାଲିଟି ଆୱାର୍ଡ ଦିଆଯାଇଛି। ପରେ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିଛି। ଏହି ଅବସରରେ ମୁନମୁନ ସିଂହ ନିଜର ପ୍ରତିକ୍ରିୟାରେ ଖୁସି ଜାହିର କରିଛନ୍ତି।

ଏଥି ସହିତ ସେ କହିଛନ୍ତି। ତାଙ୍କ ପରିବାର ତାଙ୍କୁ ପ୍ରତିଟି କ୍ଷେତ୍ରରେ ସମର୍ଥନ କରିଛନ୍ତି, ସେଥିପାଇଁ ସେ ଏହି ପୁରସ୍କାର ଜିତିପାରିଛନ୍ତି। ଏହାଛଡ଼ା ମତଦାତାମାନେ ନିସର୍ତ୍ତ ସମର୍ଥନ କରିଥିବାର ମୁନମୁନ ସିଂହ ସେମାନଙ୍କୁ ବି ଧନ୍ୟବାଦ ଦେଇଛନ୍ତି। ସେ ନିଜ ପିତା, ମାତା, ଶାଶୁଘରର ସମସ୍ତ ସଦସ୍ୟ,ଅକ୍ରମ ଖାନ୍ ଓ ତାଙ୍କା ଟିମକୁ ବିଶେଷ ଧନ୍ୟବାଦ ଦେଇଛନ୍ତି।