ବିଧାୟକଙ୍କ ମାନବିକତତା, ନିଜ ଖର୍ଚ୍ଚରେ ଦାଦନ ଶ୍ରମିକଙ୍କୁ ଘରକୁ ପଠାଇଲେ ଜିଲ୍ଲା By Nitidin On May 7, 2020 Share ପାଟଣାଗଡ଼,ଏନ୍ଏନ୍ଏସ୍: ଆସ୍କା ଅଞ୍ଚଳରୁ ଇଟାଭାଟିରେ କ।ମକରି ଫେରିଥିବା ଖପ୍ରାଖୋଲ ଓ ବେଳପଡ଼ା ବ୍ଲକର କିଛି ଦାଦନ ଶ୍ରମିକଙ୍କୁ ଏକ ଘରୋଇ ବସ ପାଟଣାଗଡ଼ ଆଣି ଅଧା ବାଟରେ ଛାଡି ଦେଇଥିଲା। ଫଳରେ ଶ୍ରମିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବରପାଇ ପାଟଣାଗଡ଼ ବିଧାୟକ ସରୋଜ ମେହେର ପ୍ରଥମେ ସ୍ଥାନୀୟ ପ୍ରଶାସନକୁ ଖବର ଦେବାରୁ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ। ବିଧାୟକ ନିଜ ପ୍ରଚେଷ୍ଟାରେ ଏକ ଗାଡି ଠିକ କରି ସେମାନଙ୍କ ଗନ୍ତବ୍ୟ ସ୍ଥଳୀକୁ ପଠାଇଥିଲେ। ବିଧାୟକଙ୍କ ଏଭଳି କାର୍ଯ୍ୟକୁ ଲୋକେ ପ୍ରସଂଶା କରିଥିଲେ। ଏଠାରେ ପ୍ରକାଶ ଯେ ଉକ୍ତ ଶ୍ରମିକମାନେ ଗଞ୍ଜାମ ଜିଲ୍ଲାର ଆସ୍କାରେ ଥିବା ଇଟାଭାଟିରେ କାମ କରି ୧୦ଜଣ ଶିଶୁଙ୍କ ସହ ୩୦ଜଣ ଶ୍ରମିକ ଏକ ବସ ଯୋଗେ ଆସୁଥିଲେ। ଏହି ସମସ୍ତ ଶ୍ରମିକମାନେ ହେଲେ ବେଳପଡା଼ ବ୍ଲକର ଗୋଡ଼ଭାଗା ଦରଲୀପ।ଲି ଭରୁଆମୁଣ୍ଡା ଗମ୍ଭାରୀ ଓ ଖପ୍ରାଖୋଲ ବ୍ଲକ ଓଡ଼ିଆପଲିର ବୋଲି ଜଣାଯାଇଛି। ଏଥିସହ ସମସ୍ତ ଶ୍ରମିକମାନଙ୍କ ସୁବିଧା ନିମନ୍ତେ ବିଧାୟକ ଖାଦ୍ୟ ଏବଂ ପାନୀୟର ବନ୍ଦୋବସ୍ଥ ମଧ୍ୟ କରିଥିଲେ। Share