କୋଭିଡ ପଜିଟିଭ ହେଲେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ସେନ ୱାର୍ଣ୍ଣ

ନୂଆଦିଲ୍ଲୀ,ଏଜେନ୍ସି: କ୍ରିକେଟ୍ ଓ କ୍ରିକେଟରଙ୍କ ଉପରେ ଲାଗିଛି କରୋନା ଗ୍ରହଣ। ଭାରତୀୟ ଖେଳାଳିଙ୍କ ପରେ ଏବେ କଙ୍ଗାରୁବାହିନୀ ବି କରୋନାର ଶିକାର ହୋଇଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ସେନ ୱାର୍ଣ୍ଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏକଥା ଜଣାପଡିବା ପରେ ସେ କ୍ୱାରାଣ୍ଟିନରେ ରହିଛନ୍ତି। ୱାର୍ଣ୍ଣ ଓ୍ୱାନ ଏବେ ଇଂଲଣ୍ଡରେ ଖେଳାଯାଉଥିବା ଲଣ୍ଡନ୍ ସ୍ପିରିଟ୍ ର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି।

ଗତକାଲି ୱାର୍ଣ୍ଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ତାଙ୍କୁ ପରୀକ୍ଷା କରାଯିବାରୁ ସେ କୋଭିଡ ପଜିଟିଭ ଥିବା ଜଣାପଡ଼ିଥିଲା। ଇଂଲଣ୍ଡରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ନେଇ ସମୟ ବାକି ଥିବାରୁ ଏହି ଘଟଣା ଟୁର୍ଣ୍ଣାମେଣ୍ଟକୁ ପ୍ରଭାବିତ କରିବ ନାହିଁ। ଗତ ବର୍ଷ ଅର୍ଥାତ୍ ୨୦୨୦ରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିଲା। କିନ୍ତୁ କରୋନା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଏହାର ପ୍ରଥମ ସିଜନ୍ ଚଳିତ ବର୍ଷ ଖେଳାଯାଉଛି। ଏଥିରେ ବିଶ୍ୱର ବିଭିନ୍ନ ସ୍ଥାନରୁ ବଡ ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି।