ସହାୟତାର ହାତ ବଢ଼ାଇଲେ ସହକାରୀ ଜିଲ୍ଲାପାଳ

ମାଲକାନଗିରି,ଏନଏନଏସ:  ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମଙ୍ଗଳବାର କୋରାପୁଟ ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଳିଆ ଗସ୍ତ କରିଥିଲେ। ଆର୍ଥିକ ଅବସ୍ଥା ଦୁର୍ବଳ ହେତୁ ଦୁଇ ଜଣ ଚିକିତ୍ସା ହୋଇପାରୁନଥିଲେ। ସ୍ଥାନୀୟ ଦୁଇ ଯୁବ ନେତା ସନ୍ତୋଷ ଖେମୁଣ୍ଡୁ ଓ କୃଷ୍ଣ ବାଘ ଏନେଇ ସହକାରୀ ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ।

ଏହା ଶୁଣି ସେ ସଙ୍ଗେ ସଙ୍ଗେ ବାଲିମେଳା କୁ ଆସିଥିଲେ। ପ୍ରଥମେ ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଳିଆ ଆସି ୧ ନମ୍ବର ୱାର୍ଡ ର ସୁଭଦ୍ରା ଖରା(୨୫) ନାମକ ଏକ ମହିଳା ଙ୍କୁ ଭେଟିଥିଲେ। ଏହି ମହିଳା ଜଣକ କୋରାପୁଟ ଥାନା ଅନ୍ତର୍ଗତ ପଇଦାପୁଟ ର ଅର୍ଜୁନ ଖିଲ ନାମକ ଏକ ବ୍ୟକ୍ତି କୁ ବିବାହ କରିଥିଲେ। ଏବଂ ବିବାହ ର ୩ ମାସ ପରେ ତାର ସ୍ୱାମୀ ତାକୁ ଛାଡି ଦେଇଥିଲା। ଏହାପରେ ସେ ନିଜ ବାପ ଘରକୁ ଆସିଥିଲା। ଏବଂ ପରେ ପରେ ସେ ମାନସିକ ଚିନ୍ତାଗ୍ରସ୍ଥ ହୋଇ ପାଗେଳି ହୋଇଯାଇଥିଲା।

ତେଣୁ ମଙ୍ଗଳବାର ସହକାରୀ ଜିଲ୍ଲାପାଳ ଆସି ତା ପରିବାର ସହ ଭେଟିଥିଲେ ଏବଂ ତାକୁ ଜଲଦି ବିଶାଖାପାଟଣା ବଡ ମେଡିକାଲ କୁ ନେଇ ନିଜସ୍ୱ ପାଣ୍ଠି ରୁ ଚିକିତ୍ସା କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସେ ବାଲିମେଳା ନଗର ର ୧୨ ନମ୍ବର ୱାର୍ଡ କୁ ଗ୍ରସ୍ଥ କରିଥିଲେ। ସେଠାରେ ସେ ବାପା ମା ଛେଉଣ୍ଡ ଶଶୀ ଖରା(୧୮) ନାମକ ଝିଅ କୁ ଭେଟିଥିଲେ। ଝିଅ ଟି ନିଜେ କୁଲି କାମ କରି ନିଜ ପେଟ ପୋଷୁଛି। ଏବଂ ଆଜିକୁ ଦୀର୍ଘ ୬ ବର୍ଷ ହେବ ତା ଗାଲ ଆସ୍ଥେ ଆସ୍ତେ ଫୁଲିବାରେ ଲାଗିଛି। ତେଣୁ ନିଜସ୍ୱ ପାଣ୍ଠି ରୁ ଖର୍ଚ୍ଚ କରି ତୁରନ୍ତ ତାର ଚିକିତ୍ସା କୋରାପୁଟ ମେଡିକାଲ ରେ କରାଯିବ ବୋଲି ସହକାରୀ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।