ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ନଭେମ୍ବର ୭ରୁ ୩୦ ତାରିଖ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ଡିସେମ୍ବର ୩ରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ୫ ରାଜ୍ୟରେ ୬୭୯ ବିଧାନସଭା ପାଇଁ ନିର୍ବାଚନ ହେବ । ଏଥର ୬୦.୨ ନୂଆ ଭୋଟର ଭୋଟ ଦେବେ । ଉପରୋକ୍ତ ସମସ୍ତ ରାଜ୍ୟରେ ପ୍ରସ୍ତୁତି ଶେଷ ହୋଇଛି । ନିର୍ବାଚନ ପ୍ରଚାର ଆରମ୍ଭ ହୋଇଯାଇଥିବାବେଳେ ପ୍ରାର୍ଥୀଙ୍କ ସୂଚୀ ମଧ୍ୟ ସାମ୍ନାକୁ ଆସିଛି । ଏନେଇ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଘୋଷଣା କରିଛନ୍ତି ।
ନିର୍ବାଚନ ଆୟୋଗ ରାଜୀବ କୁମାର କହିଛନ୍ତି ଯେ, ମଧ୍ୟପ୍ରଦେଶରେ ନଭେମ୍ବର ୧୭, ରାଜସ୍ଥାନରେ ନଭେମ୍ବର ୨୩ , ଛତିଶଗଡ଼ରେ ୨ଟି ଚରଣ ନଭେମ୍ବର ୭ ଓ ୧୭, ମିଜୋରାମ ନଭେମ୍ବର ୭ ଓ ତେଲେଙ୍ଗାନାରେ ନଭେମ୍ବର ୩୦ରେ ଭୋଟ ହେବ । ମିଜୋରାମରେ ୮.୫ ଲକ୍ଷ, ମଧ୍ୟପ୍ରଦେଶରେ ୫.୬ କୋଟି, ରାଜସ୍ଥାନରେ ୫.୨୫ କୋଟି, ରାଜସ୍ଥାନରେ ୫.୨୫ କୋଟି, ଛତିଶଗଡ଼ରେ ୨.୦୩ କୋଟି ଓ ତେଲେଙ୍ଗାନାରେ ୩.୧୭ କୋଟି ଭୋଟର ଭୋଟ ଦେବେ ।