କନଭେନସନ୍ ହଲକୁ ଯିବ ବିଧାନସଭା: ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଧାନସଭା କାର୍ଯ୍ୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା କ୍ରମରେ ରାଜ୍ୟରେ ତୃତୀୟ କରୋନା ପଜିଟିଭ ବ୍ୟକ୍ତି ସଂସ୍ପର୍ଶରେ ବିଧାସଭାର ଜଣେ କର୍ମଚାରୀ ଆସିଥିଲେ। ଫଳରେ ଏହା ଦ୍ୱାରା ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକସେବା ଭବନ କନଭେନସନ୍ ହଲକୁ ସ୍ଥାନାନ୍ତର କରାଯାଇଛି। ତେବେ କରୋନା ଯୋଗୁଁ ବଜେଟ ଅଧିବେଶନ ଅଧାରରେ ରହିଥିବା ବେଳେ ଏହାର ବାକି କାର୍ଯ୍ୟ ଦିବସ କନଭେନସନ୍ ହଲରେ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଗତକାଲି ଓଡ଼ିଶାରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଜଣେ ବିଧାନସଭା କର୍ମଚାରୀ ଆସିଥିବାରୁ ବାଚସ୍ପତି ଏଭଳି ନିଷ୍ପତି ନେଇଛନ୍ତି। ଏଥିସହ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ଜଣାପଡ଼ିଛି। ସେହପରି ବିଧାନସଭା ଗୃହକୁ ସଂକ୍ରମଣମୁକ୍ତ କରାଯିବା ପାଇଁ ବାଚସ୍ପତି କହିଛନ୍ତି। ଏହି ପରିପ୍ରେକ୍ଷୀରେ ବିଧାନସଭା କାର୍ଯ୍ୟକୁ ଲୋକସେବା କନଭେନସନ ହଲରେ କରାଯିବାକୁ ନିଷ୍ପତି ହୋଇଛି। ଏହି ଅବସରରେ ବିଧାୟକମାନେ ପରସ୍ପର ଠାରୁ ୨ମିଟର ଅନ୍ତର ବ୍ୟବଧାନରେ ବସିବେ ଓ କେତେ ବିଧାୟକ ଆସିବେ ସେ ନେଇ ନେତାମାନଙ୍କୁ କୁହାଯାଇଛି। ତେବେ ଏଥିରେ ଦଳର ୩୦ ପ୍ରତିଶତ ବିଧାୟକଙ୍କୁ ବିଧାନସଭା ଆଣିବା ପାଇଁ ନେତାମାନଙ୍କୁ କୁହାଯାଇଛି।

ବ୍ୟୟମଞ୍ଜୁର ବିଲ୍ ପାରିତ ପାଇଁ ଆସନ୍ତା ୩୦ ତାରିଖରେ ବିଧାନସଭା ବସିବ। ଏବଂ ଏହି ସଭାରେ ଯୋଗଦେବାକୁ ଆସିବା ବେଳେ ରାସ୍ତାରେ କୌଣସି ବିଧାୟକଙ୍କୁ ନ ଅଟକାଇବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।