ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର କେନ୍ଦୁଝର ଗସ୍ତ, ବିଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

କେନ୍ଦୁଝର,ଏନଏନଏସ: ଓଡ଼ିଶାର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସ୍ଟାଣ୍ଡିଙ୍ଗ କମିଟି କେନ୍ଦୁଝର ଗସ୍ତରେ ଆସିଛନ୍ତି । ଜଳେଶ୍ବର ବିଧାୟକ ଅଶ୍ୱନୀ କୁମାର ପାତ୍ରଙ୍କ ଅଧକ୍ଷତାରେ ଏହି କମିଟିର ୧୨ ଜଣ ମାନ୍ୟବର ବିଧାୟକ କେନ୍ଦୁଝର ଗସ୍ତରେ ଆସିଛନ୍ତି । ସେମାନେ ହେଲେ ବିଧାୟକ ଡ଼ ପ୍ରମୋଦ କୁମାର ମଲ୍ଲିକ, ରମେଶ ଚନ୍ଦ୍ର ଜେନା, ଲକ୍ଷଣ ମୁଣ୍ଡା, ଲତିକା ପ୍ରଧାନ, ମିନାକ୍ଷୀ ମହାନ୍ତ, ସୁଧାଂଶୁ ଶେଖର ପ୍ରଧାନ, ରାଜକିଶୋର ଦାସ, ବାସନ୍ତୀ ହେମ୍ବ୍ରମ, ମଦନମୋହନ ଦତ୍ତ, କୁସୁମ ଟେଟେ ଓ ଡ଼ ବୁଦାନ ମୂର୍ମୁ ପ୍ରମୁଖ ସାମିଲ ଅଛନ୍ତି।

କମିଟି ଶୁକ୍ରବାର ସକାଳେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେଠାରୁ ଫେରିବା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲାପାଳ,ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ଅଧିକାରୀ, ଶିଶୁ କଲ୍ୟାଣ ବିଭାଗ ଅଧିକାରୀ ଓ ମିଶନ ଶକ୍ତି ବିଭାଗର ଅଧିକାରୀମାନଙ୍କ ସହ ବିଭାଗ ଗୁଡିକର ଉନ୍ନୟନମୂଳକ କାର୍ୟ୍ୟ ସମ୍ପର୍କରେ ଆଲୋଚନା କରି ଭୁବନେଶ୍ୱର ଫେରିଯିବେ ।