ସରକାରୀ କ୍ୱାର୍ଟର୍ସ ଛାଡିବାକୁ ପୂର୍ବତନ ବିଧାୟକଙ୍କୁ ତାଗିଦ କଲେ ବାଚସ୍ପତି

ଭୁବନେଶ୍ବର : ବାରମ୍ବାର ନୋଟିସ୍ ପରେବି ସରକାରୀ କ୍ୱାଟର୍ସରୁ ପୂର୍ବତନ ବିଧାୟକଙ୍କର ମୋହ ଛାଡୁନାହିିଁ। ଦୀର୍ଘ ଦିନ ହେବ ସରକାରୀ କ୍ବାର୍ଟର୍ସକୁ ନିଜ ଦଖଲରେ ରଖିଥିବା ପୂର୍ବତନ ବିଧାୟକମାନେ ୩ ଦିନ ମଧ୍ୟରେ ଘର ଖାଲି କରିବାକୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ମଧ୍ୟ ବାଚସ୍ପତି ଏ ନେଇ ନୋଟିସ ଜାରି କରିଥିଲେ।

ତେବେ ଶନିବାର ବାଚସ୍ପତିଙ୍କ କଡ଼ା ନିର୍ଦ୍ଦେଶ ଦେଇ ୩ ଦିନ ମଧ୍ୟରେ ସରକାରୀ କ୍ବାର୍ଟର୍ସ ଛାଡିବାକୁ କହିଛନ୍ତି । ରାଜ୍ୟସରକାର ଏକ ବହୁତଳ ପ୍ରାସାଦ ବିଶିଷ୍ଟ ଭବନ ନିର୍ମାଣ କରିବାକୁ ଯୋଜନା କରିଛନ୍ତି । ତେଣୁ ସେହି ଅଞ୍ଚଳରେ ରହୁଥିବା ବର୍ତ୍ତମାନର ବିଧାୟକ ମାନେ ମଧ୍ୟ ସରକାରୀ ବଙ୍ଗଳା ଖାଲି କରିବାକୁ ବାଚସ୍ପତି କହିଛନ୍ତି। ସେମାନଙ୍କୁ କିଛିଦିନ ପାଇଁ ଅନ୍ୟ ସ୍ଥାନରେ ଥଇଥାନ କରାଯିବ। ପରେ ନୂତନ ଭବନ ନିର୍ମାଣ ସରିଲେ ସେମାନଙ୍କୁ ଘର ଆବଣ୍ଟନ କରାଯିବ।