ପେପର ଲେସ୍ ହେବ ବିଧାନସଭା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଶା ବିଧାନସଭାକୁ ପେପର ଲେସ୍ କରିବାପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏଥିପାଇଁ ପ୍ରକ୍ରିୟା କାର୍ୟ୍ୟ ଆରମ୍ଭ ହୋଇଯାଇଛି । ଏସମ୍ପର୍କରେ ସୂଚନା ଦେଇ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ବିଧାନସଭାର ସମସ୍ତ ପ୍ରଶ୍ନ ଓ ଉତର ଏକ ଆପ୍ ମାଧ୍ୟମରେ ପରିଚାଳିତ ହେବ । ବିଧାୟକମାନେ ପ୍ରଶ୍ନ ଓ ଉତର ପାଇଁ ଅନଲାଇନରେ ଆବେଦନ କରିବେ । ଏହ ବ୍ୟତୀତ ଖୁବଶୀଘ୍ର ବିଧାନସଭାକୁ ୱାଇଫାଇ ମଧ୍ୟ କରାଯିବ । ଏହାପରେ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । ଇ-ବିଧାନସଭା ପାଇଁ ଅତିରିକ୍ତ ବଜେଟରେ ମଧ୍ୟ ବ୍ୟୟ ବରାଦ ହୋଇଛି ବୋଲି ବାଚସ୍ପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।