ଜାମ୍ମୁ କାଶ୍ମୀରରେ ଖୁବ୍ ଶୀଘ୍ର ବିଧାନସଭା ନିର୍ବାଚନ ହେବ: ଉପ ରାଜ୍ୟପାଳ

କାଶ୍ମୀର,ଏଜେନ୍ସ: ଜାମ୍ମୁ କାଶ୍ମୀରର ବିଧାନସଭା ନିର୍ବାଚନ ଖୁବ୍ ଶୀଘ୍ର ଅନୁଷ୍ଠିତ ହେବ ବୋଲି ଉପ ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି। ଗୁରୁବାର ଜାମ୍ମୁ କାଶ୍ମୀରର ରିଆସି ଜିଲ୍ଲାର ତଲୱାରାରେ ଅୟୋଜିତ ରାଜ୍ୟ ପୁଲିସର ଅଟେଷ୍ଟେସନ କମ ପାସିଂ ଆଉଟ ପ୍ୟରେଡରେ ଯୋଗ ଦେଇ ଉପ ରାଜ୍ୟପାଳ ଏହି ସୂଚନା ଦେଇଛନ୍ତି।

ଏଥି ସହ ଜାମ୍ମୁ କଶ୍ମୀରେ ପୁଲିସକୁ ଉପ ରାଜ୍ୟପାଳ ପ୍ରଶଂସା କରିବା ସହ ନିର୍ବାଚନ ସମୟରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି। ତେବେ କେନ୍ଦ୍ରଶାସିତ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ଜାମ୍ମୁ କାଶ୍ମୀର ପୁଲିସ ବହୁ ତ୍ୟାଗ କରିଥିବା ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି।