ଅପରାହ୍ଣ ୧୨ଟା ପର୍ଯ୍ୟନ୍ତ ବିଧାନସଭା ମୁଲତବୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ଗୃହ କାର୍ୟ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ନାରାବାଜି ଯୋଗୁଁ ଗୁରୁବାର ଅପରାହ୍ଣ ୧୨ଟା ପର୍ୟ୍ୟନ୍ତ ବିଧାନସଭା ମୁଲତବୀ ରଖାଯାଇଛି। କଂଗ୍ରେସ  ଓ ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭା ମୁଲତବୀ ରହିଥିବାବେଳେ ଉଭୟ ବିଜେପି ଓ କଂଗ୍ରେସ ଅଟଳ ରହିଛନ୍ତି।

କଂଗ୍ରେସ ପକ୍ଷରୁ ବିଧାନସଭାରେ ସ୍ମିତାରାଣୀଙ୍କ ପ୍ରସଙ୍ଗରେ ମୃତ୍ୟୁର ସତ୍ୟ ଉନ୍ମୋଚନ ଦାବି ହୋଇଛି। ଏଥି ସହ ପ୍ରଶାସନ ଓ ପୁଲିସର ଆନ୍ତରିକତା ନଥିବା ଅଭିଯୋଗ ହୋଇଛି।

ଏହି ପରିପ୍ରେକ୍ଷୀରେ ବିଜେଡି ବିଧାୟକ ଅମର ଶତପଥୀ ବିରୋଧୀଙ୍କ ବିଧାନସଭାକୁ ଅଚଳ କରିବା ଦୁର୍ଭାଗ୍ୟଜନକ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଏଥି ଦ୍ୱାରା ଆମେ ଲୋକଙ୍କ ବିଶ୍ଵାସ ହାରାଉଛୁ। ସବୁ ଆଲୋଚନା ବିଧି ବ୍ୟବସ୍ଥା ଭିତରେ ହେଉ ବୋଲି ସେ କହିଛନ୍ତି।