ଫେବୃଆରୀ ୨୧ରୁ ବିଧାନସଭାର ବଜେଟ ଅଧିବେସନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଫେବୃଆରୀ ୨୧ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଫେବୃଆରୀ ୨୪ରେ ରାଜ୍ୟ ବଜେଟ ଆଗତ କରାଯିବ । ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେସନ ୨ଟି ପର୍ଯ୍ୟାୟରେ ହେବ । ଫେବୃଆରୀ ୨୧ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେସନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।