ବିଧାନସଭାରେ ଧାନ ବିକ୍ରି ଓ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ, ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ଵର,ଏନ୍ଏନ୍ଏସ୍: ବିଧାନସଭା ଆରମ୍ଭରୁ ସୋମବାର ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ଗୃହରେ ପ୍ରଶ୍ନକାଳ ଚାଲିଥିବାବେଳେ ବିଜେପି ବିଧାୟକମାନେ ସ୍ମିତାରାଣୀ ବିଶ୍ଵାସ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ବିଧାନସଭା ପରିସରସ୍ଥ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି।

 

ସେହିପରି କଂଗ୍ରେସ ସଦସ୍ୟମାନେ ଧାନ ବିକ୍ରି ପ୍ରସଙ୍ଗକୁ ନେଇ ଗୃହରେ ନାରାବାଜି କରିବାରୁ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ମୁଲତବୀ କରିଛନ୍ତି। ଗୃହ କାର୍ୟ୍ୟ ଆରମ୍ଭ ହେବା ପରେ ପ୍ରଶ୍ନକାଳ ଚାଲିଥିଲା। ଏହା ମଧ୍ୟରେ କଂଗ୍ରେସ ବିଧାୟକମାନେ ଆସନରୁ ଉଠି ନାରାବାଜି କରିଥିଲେ।

ବାଚସ୍ପତି ସେମାନଙ୍କୁ ଆସନରେ ବସିବାକୁ ଅନୁରୋଧ କରିଥିଲେ। କିନ୍ତୁ ସଦସ୍ୟମାନେ ଆସନ ଛାଡ଼ି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିଥିଲେ। ଧାନ ବିକ୍ରି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ। ଶୂନ୍ୟ କାଳରେ ଏହି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ବାଚସ୍ପତି କଂଗ୍ରେସ ସଦସ୍ୟମାନଙ୍କୁ କହିଥିଲେ। କିନ୍ତୁ ସେମାନେ ଶୁଣି ନ ଥିଲେ।

ପୋଡିୟମ ପାଖରେ ନାରାବାଜି କରିବାକୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଅନ୍ୟପଟେ