ଆସାମ: ଆସାମର ସବୁଠୁ ଧନୀ ପୂର୍ବତନ ବିଧାୟକ ନରେନ ସୋନୋବାଲଙ୍କୁ ଅବୈଧ ଜୁଆ ଖେଳ ଅଭିଯୋଗରେ ପୁଲିସ ଗିରଫ କରିଛି । ସୋନୋବାଲଙ୍କ ସହ ଅନ୍ୟ ୬ ଅଭିଯୁକ୍ତଙ୍କୁ ଉପରୀ ଆସାମର ଡିବୃଗଢ଼ ସହରର ବୋଇରାଗିମୋଥ ଅଞ୍ଚଳରୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ବିଜେପି ସରକାରଙ୍କ ନେତୃତ୍ୱାଧୀନ ସହଯୋଗୀ ଦଳ ଏଜିପିର ସଦସ୍ୟ ନରେନ ସୋନୋବାଲ ନାହରକଟିୟା ନିର୍ବାଚନ କ୍ଷେତ୍ରରୁ ୨୦୧୬ରେ ନିର୍ବାଚନ ଜିତିଥିଲେ । ୨୦୨୧ରେ ବିଧାନସଭା ନିର୍ବାଚନ ଲଢ଼ୁଥିବା ପ୍ରାଥିୀଙ୍କ ମଧ୍ୟରୁ ସୋନୋବାଲ ସବୁଠୁ ଧନୀ ଥିଲେ ।