୨୦ରେ ଆସାମର ୪ଟି ବୁଥ୍‌ରେ ପୁନଃ ଭୋଟ ଗ୍ରହଣ

ନୂଆଦିଲ୍ଲୀ,ଏଜେନ୍ସି: ଏପ୍ରିଲ ୨୦ରେ ଆସାମର ୪ଟି ବୁଥ୍‌ରେ ପୁନଃ ଭୋଟ ଗ୍ରହଣ ପାଇଁ ନିର୍ବାଚନ କମିସନ (ଇସି) ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ରତାବାଡି, ହାଫଲଙ୍ଗ୍ ଓ ସୋନାଇ ନିର୍ବାଚନମଣ୍ଡଳୀରେ ଏହି ଚାରିଟି ବୁଥ୍ ଅନ୍ତର୍ଭୁକ୍ତ। ଏପ୍ରିଲ ୧ରେ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିବାବେଳେ ଜଣେ ବିଜେପି ପ୍ରାର୍ଥୀଙ୍କ କାର୍‌ରୁ ଇଭିଏମ ଜବତ ହେବାପରେ ଏହି ଚାରିଟି ବୁଥ୍‌ର ମତଦାନକୁ ଇସି ଅବୈଧ ଘୋଷଣା କରିଥିଲେ। ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ବାଜ ବଜାଇ ଭୋଟରଙ୍କୁ ପୁନଃ ଭୋଟଗ୍ରହଣ ସମ୍ପର୍କରେ ଅବଗତ କରାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଇସି ନିର୍ଦ୍ଦେଶ ଦେଇଛନ୍ତି।