ଆସାମ: ଆସାମରେ ବନ୍ୟା ବିକାରଳ ରୂପ ଧାରଣ କରିଛି । ଫଳରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୪ ଜିଲ୍ଲାର ୨ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସେଥିମଧ୍ୟରୁ ଡିବ୍ରୁଗଢ଼, ଚରାଇଦେବ, କଛାର, ଧେମାଜୀ, ଦରାଙ୍ଗ ଓ ଦୀମା ହସାଔ ଅଧିକ ପ୍ରଭାବିତ ହୋଇଛି । ଏତଦବ୍ୟତୀତ ପାଣିପାଗ ବିଭାଗ କେରଳରେ ମଧ୍ୟ ଭୀଷଣ ବର୍ଷା ହେବା ନେଇ ହାଇଆଲର୍ଟ ଜାରି କରିଛନ୍ତି ।
ଆସାମ ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟୀ କହିଛି ଯେ, ବର୍ଷା ପରେ ଭୂସ୍ଖଳନ ଯୋଗୁ ମଧ୍ୟ ଅନେକ କ୍ଷତି ହୋଇଛି । ପାହାଡୀ ଅଞ୍ଚଳରେ ଯୋଗାଯୋଗ ବିଛିନ୍ନ ହୋଇଛି । ହାଫଲୋଙ୍ଗ ଆଡ଼କୁ ଯାଉଥିବା ସଡ଼କ ଓ ରେଲୱେ ମଧ୍ୟ ମେ’ ୧୫ରୁ ବନ୍ଦ ରହିଥିବା ଜଣାପଡ଼ିଛି ।