ଏଏସଓ ପରୀକ୍ଷା ଅନିୟମିତତାର ରିଭ୍ୟୁ ପିଟିସନ ଖାରଜ କଲେ ହାଇକୋର୍ଟ

କଟକ,ଏନ୍‌ଏନ୍‌ଏସ୍‌: ଓଡ଼ିଶା ହାଇକୋର୍ଟ ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଦାୟର ହୋଇଥିବା ରିଭ୍ୟୁ ଓ ରିଟ୍ ପିଟିସନକୁ ଖାରଜ କରି ଦେଇଛନ୍ତି । ପୂର୍ବ ରାୟର ପୁନର୍ବିଚାର ପାଇଁ ଦାୟର ହୋଇଥିବା ପିଟିସନକୁ କୋର୍ଟ ପକ୍ଷରୁ ଖାରଜ କରାଯାଇଛି । ଏହାସହ ପୂର୍ବ ନିର୍ଦ୍ଦେଶକୁ ମଧ୍ୟ କୋର୍ଟ କାୟମ ରଖିଛନ୍ତି । ପୂର୍ବରୁ ଉକ୍ତ ମାମଲାର ଶୁଣାଣୀ କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ ।

ସୂଚନାଯୋଗ୍ୟ, ହାଇକୋର୍ଟ ପୂର୍ବରୁ ଏଏସଓ ଲିଖିତ ପରୀକ୍ଷାର ମେରିଟ ଲିଷ୍ଟ ଖାରଜ କରି ପୁନଃ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ବଳବତ୍ତର ଥିବାବେଳେ ପୁଣି କିଛି ପରୀକ୍ଷାର୍ଥୀ ନିର୍ଦ୍ଦେଶକୁ ରିୁଭ୍ୟ କରିବା ପାଇଁ ହାଇକୋର୍ଟରେ ୨ଟି ପିଟିସନ ଦାୟର କରିଥିଲେ ।