ମୁରଲୀଙ୍କ ରେକର୍ଡ ସମକକ୍ଷ ହେଲେ ଅଶ୍ୱିନ

ଏହି ମ୍ୟାଚ୍ ରେ ରବିଚନ୍ଦ୍ରନ୍ ଅଶ୍ୱିନ ମୋଟ ୮ଟି ୱିକେଟ୍ ନେଇ ଏବେ ସ୍ପିନ ଯାଦୁଗର ଶ୍ରୀଲଙ୍କାର ମୁଥିଆ ମୁରଲୀଧରନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। କ୍ୟାରିୟରର ୬୬ତମ ଟେଷ୍ଟ ମ୍ୟାଚରେ ଅଶ୍ୱିନ ୩୫୦ଟି ୱିକେଟ୍ ଅକ୍ତିଆର କରିଛନ୍ତି। ପୂର୍ବରୁ ମୁରଲୀଧରନ୍ ମଧ୍ୟ ୬୬ତମ ଟେଷ୍ଟ ମ୍ୟାଚରେ ୩୫୦ ୱିକେଟ ଏହି ସଫଳତା ହାତେଇବାରେ ଦ୍ରୁତତମ ବୋଲର ରହିଥିଲେ। ଅଶ୍ୱିନ ମୁରଲୀଙ୍କଠାରୁ ୧୮ଟି ଇନିଂସ୍ ଅଧିକ ନେଇଛନ୍ତି ସତ କିନ୍ତୁ ସେ ମୁରଲୀଙ୍କଠାରୁ ୩୦୦୦ ବଲ କମ୍ ବୋଲିଂ କରି ଏହି ସଫଳତା ପାଇଛନ୍ତି।

ଡେବ୍ୟୁ କରିବାର ୭ ବର୍ଷ ୩୩୨ ଦିନରେ ୩୨ ବର୍ଷୀୟ ଅଶ୍ବିନ ଏହି ଏହି ରେକର୍ଡର ଅଧିକାରୀ ହୋଇଥିବା ବେଳେ ମୁରଲୀଧରନ୍ ଡେବ୍ୟୁର ୯ ବର୍ଷ ୯ ଦିନ ପରେ ଏହା ହାସଲ କରିଥିଲେ। ଭାରତୀୟଙ୍କ ମଧ୍ୟରେ ଲେଗ ସ୍ପିନର ଅନିଲ କୁମ୍ବଲେ ୭୭ଟି ଟେଷ୍ଟ ମ୍ୟାଚରୁ ୩୫୦ଟି ୱିକେଟ୍ ପାଇଥିଲେ।