ଅଗଷ୍ଟ ୩୧ରୁ ଏସିଆ କପ୍‌

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ ଆୟୋଜନ ତାରିଖକୁ ନେଇ ବଡ଼ ଘୋଷଣା କରାଯାଇଛି । ଏସିଆ କପ୍ ଅଗଷ୍ଟ ୩୧ରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ନେପାଳ ଅଂଶଗ୍ରହଣ କରିବେ । ମୋଟ ୧୮ ଦିନ ହେବାକୁ ଥିବା ଏହି ମୁକାବିଲାରେ ୧୩ଟି ମ୍ୟାଚ ଖେଳାଯିବ । ଏଥିରେ ପ୍ରଥମ ୪ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ ଏବଂ ବାକି ୯ଟି ମ୍ୟାଚ ଶ୍ରୀଲଙ୍କାରେ ହେବ । ଭାରତ ଓ ପାକିସ୍ତାନ ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ ।

ଚଳିତ ବର୍ଷ ଭାଗ ନେଉଥିବା ୬ଟି ଟିମକୁ ୨ଟି ଗ୍ରୁପରେ ବଣ୍ଟାଯାଇଛି । ଗୋଟିଏ ଟିମରେ ଭାରତ, ପାକିସ୍ତାନ ଓ ନେପାଳ ରହିବେ ଅନ୍ୟ ଏକ ଟିମରେ ଶ୍ରୀଲଙ୍କା, ବାଂଗଲାଦେଶ ଓ ଆଫଗାନିସ୍ତାନ ରହିବେ । ଲିଗର ପ୍ରଥମ ଚରଣରେ ସବୁ ଟିମ୍ ନିଜ ଗ୍ରୁପର ଅନ୍ୟ ଟିମ୍ ସହ ଖେଳିବେ । ପରେ ଯେଉଁ ୨ ଟିମ୍ ନିଜ ଗ୍ରୁପର ଶୀର୍ଷରେ ରହିବେ ସିଧାସଳଖ ଟପ୍ ୪ରେ ଏଣ୍ଟ୍ରି କରିବେ । ଏହି ଆଧାରରେ ସେମିଫାଇନାଲ ଟିମ୍ ନିର୍ଦ୍ଧାରଣ କରାଯିବ ।