ଖୋଲିପାରେ ଏସିଆ ମହାଦେଶର ପ୍ରଥମ ସ୍ପଞ୍ଜ କାରଖାନା

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାର ପଳାଶପଙ୍ଗା ଠାରେ ଥିବା ଓଡିଶା ସ୍ପଞ୍ଜ କାରଖାନା ପୁନଃ ଚାଲୁ ଏବଂ କର୍ମଚାରୀ ମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନପାଇଁ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦୁଝର ଜିଲ୍ଲାପାଳ ଆଶିଷ କୁମାର ଥାକରେଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେଉଛି। ବୈଠକରେ କାରଖାନାର କର୍ମଚାରୀ, ଟ୍ରେଡ୍ ୟୁନିଅନ୍ ନେତା, କେନ୍ଦୁଝର ଉପ ଶ୍ରମ ଆୟୁକ୍ତ, ଜିଲ୍ଳା ଶ୍ରମ ଅଧିକାରୀ, ଶ୍ରମ ନିରୀକ୍ଷକ, କାରଖାନା ପରିଚାଳନା କର୍ତ୍ତୃପକ୍ଷ ଉପସ୍ଥିତ ଅଛନ୍ତି । ପ୍ରକାଶଯୋଗ୍ୟ, ୨୦୧୨ ମସିହାରୁ ପଳାଶପଙ୍ଗା ସ୍ଥିତ ଏସିଆ ମହାଦେଶର ସର୍ବପ୍ରଥମ ସ୍ପଞ୍ଜ କାରଖାନାକୁ ବିଭିନ୍ନ କାରଣରୁ କାରଖାନା କର୍ତ୍ତୃପକ୍ଷ ଲକ ଆଉଟ କରିଦେଇଛନ୍ତି । ସେହିଦିନଠାରୁ କାରଖାନା ଖୋଲିବା ଦାବିରେ କାରଖାନାର କର୍ମଚାରୀମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି ।