ଦୁର୍ନୀତି ଅଭିଯୋଗରେ ସ୍ପେଶାଲ ସ୍କ୍ୱାଡ୍‌ ଏଏସଆଇ ନିଲମ୍ବିତ

ଭୁବନେଶ୍ଵର: ଦୁର୍ନୀତି ଅଭିଯୋଗରେ ସୋମବାର ପୁଲିସ ବିଭାଗର ଜଣେ ଏଏସଆଇଙ୍କୁ କାର୍ୟ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସ୍ପେଶାଲ ସ୍କ୍ୱାଡ୍‌ ଏଏସଆଇ ଅର୍ଜୁନ କହଁରଙ୍କ ବିରୋଧରେ ଗତ କିଛିଦିନ ତଳେ ଦୁର୍ନୀତି ଅଭିଯୋଗ ଆସିଥିଲା। ପରେ ଏ ନେଇ ପୁଲିସ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା।

ତଦନ୍ତ ସମୟରେ ଅର୍ଜୁନଙ୍କ ବିରୋଧରେ ସମସ୍ତ ପ୍ରମାଣ ମିଳିବା ଆଧାରରେ ତାଙ୍କୁ କାର୍ୟ୍ୟରୁ ନିଲମ୍ବିତ କରାଯାଇଥିବା କଟକ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।