୪୦୦ ୱିକେଟ୍ କ୍ଲବରେ ଅଶ୍ୱିନ୍

ଅହମଦାବାଦ, ଏଜେନ୍ସି: ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍ ୪୦୦ ୱିକେଟ୍ କ୍ଲବରେ ସାମିଲ ହୋଇଛନ୍ତି। ୭୭ତମ ଟେଷ୍ଟରେ ୪୦୦ ୱିକେଟ କ୍ଲବରେ ପହଞ୍ଚିବା ସହିତ ଅଶ୍ୱିନ୍ ଦ୍ୱିତୀୟ ଦ୍ରୁତତମ ବୋଲର ସାବ୍ୟସ୍ତ ହୋଇଛନ୍ତି। ନ୍ୟୁଜିଲାଣ୍ଡର ରିଚାର୍ଡ ହାଡଲୀ ଓ ସାଉଥ୍ ଆଫ୍ରିକାର ଡେଲ୍ ଷ୍ଟେନଙ୍କ ରେକର୍ଡ ଭାଙ୍ଗିଛନ୍ତି ଅଶ୍ୱିନ୍। କେବଳ ମୁଥେୟା ମୁରଲୀଧରନ ୭୨ ଟେଷ୍ଟରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଜୋଫ୍ରା ଆର୍ଚରଙ୍କୁ ଆଉଟ୍ କରି ଅଶ୍ୱିନ୍ ଚତୁର୍ଥ ଭାରତୀୟ ବୋଲର ଭାବରେ ୪୦୦ ୱିକେଟ୍ କ୍ଲବ୍ରେ ପାଦ ଦେଇଛନ୍ତି। ଏହା ପୂର୍ବରୁ ଅଶ୍ୱିନ୍ ଦ୍ୱିତୀୟ ଦ୍ରୁତତମ ୧୦୦ ୱିକେଟ ଏବଂ ଦ୍ୱିତୀୟ ଦ୍ରୁତତମ ୨୦୦ ୱିକେଟ ଏବଂ ଦ୍ରୁତତମ ୩୦୦ ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି।