ଆଶିଷ କୁମାର ମହାନ୍ତ ମୟୂରଭଞ୍ଜ ଜିଲ୍ଲା ଟପ୍ପର

ବାରିପଦା,ଏନ୍ଏନ୍ଏସ୍ : ଆଜି +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ବାରିପଦାସ୍ଥିତ ଏମ୍ପିସି କନିଷ୍ଠ କଲେଜର ଛାତ୍ର ତଥା ବାରିପଦା ସହରର ଦୀପକ କୁମାର ମହାନ୍ତଙ୍କ ପୁଅ ଆଶିଷ କୁମାର ମହାନ୍ତ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୯୦.୬୭ ପ୍ରତିଶତ ହାରରେ ମୋଟ ୫୪୪ ନମ୍ବର ରଖି ଟପ୍ପର ହୋଇଛନ୍ତି। ଶ୍ରୀମହାନ୍ତ ଭବିଷ୍ୟତରେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ହେବାର ଲକ୍ଷ୍ୟ ରଖିଛନ୍ତି। ତାଙ୍କର ଏହି ସଫଳତା ପାଇଁ କଲେଜର ସମସ୍ତ ଅଧ୍ୟାପକ, ପିତାମାତା ଓ ଗୁରୁଜନମାନଙ୍କ ଆଶୀର୍ବାଦ ସହ ବାରିପଦାସ୍ଥିତ ଦିଗନ୍ତ ବିକାଶ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସର ସହାୟତାକୁ ଶ୍ରେୟ ଦେଇଛନ୍ତି।