ମୁମ୍ବାଇ: ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ବଲିଡଡ଼ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆର୍ୟନଙ୍କୁ ୧୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଏନସିବି ଅନୁମତି ମାଗିଥିଲା। କିନ୍ତୁ ଆର୍ୟନଙ୍କୁ ଅଧିକ ଦିନ ରିମାଣ୍ଡରେ ନେବାକୁ କୋର୍ଟ ପକ୍ଷରୁ ଏନସିବିକୁ ଅନୁମତି ପ୍ରଦାନ କରାଯାଇ ନାହିଁ। ଫଳରେ ଆର୍ୟନଙ୍କ ବେଲ ଲାଗି ରାସ୍ତା ମଧ୍ୟ ଫିଟିଯାଇଛି। ଏଥିସହିତ ଆର୍ୟନଙ୍କ ବେଲର ଶୁଣାଣି କାଲି ୧୧ଟା ବେଳେ ହେବ ବୋଲି ସୂଚନା ମିଳିଛି।