ମୁମ୍ବାଇ: ବଲିଉଡର କିଙ୍ଗ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ବେଲ୍ ଆବେଦନ ଖାରିଜ ହୋଇଯାଇଛି। ମୁମ୍ବାଇ କ୍ରୁଜ ଡ୍ରଗ ପାର୍ଟି ମାମଲାରେ କୋର୍ଟ ସମ୍ମୁଖରେ ଏନସିବି ଦୃଢ଼ ଭାବେ ଯୁକ୍ତି ଉପସ୍ଥାପନ କରିଥିବାରୁ ଆର୍ୟନଙ୍କୁ ବେଲ୍ ମିଳିନଥିବା ଜଣାପଡ଼ିଛି। ଫଳରେ ଏବେ ଆର୍ୟନଙ୍କୁ ଜେଲରେ ରହିବାକୁ ପଡ଼ିବ। ଆଜି ମେଡିକାଲ ଯାଞ୍ଚ ପରେ ଆର୍ୟନଙ୍କୁ ଆର୍ଥୋର ରୋଡ ଜେଲର କ୍ୱାରେଣ୍ଟାଇନ ସେଲରେ ରଖାଯାଇଛି।