ଆପାର୍ଟମେଣ୍ଟ ଘରୁ ବଲିଉଡ ଅଭିନେତ୍ରୀ ଆର୍ୟା ବାନାର୍ଜୀଙ୍କ ମୃତ ଦେହ ଉଦ୍ଧାର

କୋଲକାତା,ଏଜେନ୍ସି: କୋଲକାତାର ଏକ ଆପାର୍ଟମେଣ୍ଟ ଘରୁ ବଲିଉଡ ଅଭିନେତ୍ରୀ ଆର୍ୟା ବାନାର୍ଜୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ତେବେ ସେ ଜଣେ ବେଙ୍ଗଲି କଳାକାର ହୋଇଥିବାବେଳେ ସେ ବଲିଉଡାର କେତେକ ଫିଲ୍ମରେ କାମ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୩୩ ବର୍ଷ ବୟସ ହୋଇଥିଲା।

ପୁଲିସ ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ସେ ରହୁଥିବା ଆପାର୍ଟ ମେଣ୍ଟର ତୃତୀୟ ମହଲାରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସେ ସ୍ୱର୍ଗତ ସିତାରିଷ୍ଟ ନିଖିଲ ବେନ୍ଦୋପାଧାୟଙ୍କ ଝିଅ ଥିଲେ। ସେ ୨୦୧୦ରେ ‘ଲଭ ସେକ୍ସ ଓର ଧୋକା’ ଓ ୨୦୧୧ରେ ‘ଦି ଡାର୍ଟି ପିକଚର’ ଭଳି ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି। ସେ ମୁମ୍ବାଇରେ ମଡ଼େଲିଂ କୋର୍ସ ମଧ୍ୟ କରିଥିଲେ।

ଶୁକ୍ରବାର ତାଙ୍କ ପଡ଼ୋଶରୀ ଘରର ବେଲ ବଜାଇଥିଲେ ମଧ୍ୟ ସେ କବାଟ ଖୋଲି ନଥିଲେ। ସନ୍ଦେହରେ ପଡ଼ୋଶୀ ଜଣଙ୍କ ପୁଲିସକୁ ସୂଚନା ଦେଇଥିଲେ। ସୂଚନାପାଇ ପୁଲିସ ସେଠାକୁ ଯାଇ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ପରେ ବେଡ ରୁମରେ ତାଙ୍କ ମୃତ ଦେହ ମିଳିଥିଲା। ପୁଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପରେ ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ରୁମରୁ ସାମ୍ପଲ ସଂଗ୍ରହ କରିଛନ୍ତି। ସେ ଜଣେ ପରୋପକାରୀ ଥିଲେ ଓ ସେ ସେଠାରେ ଏକୁଟିଆ ରହୁଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।