ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କୁ କରୋନା

ନୂଆଦିଲ୍ଲୀ,ଏଜେନ୍ସି: ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ଏନେଇ ନିଜେ ପେମା ଖାଣ୍ଡୁ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିସହିତ ସେ କହିଛନ୍ତି ଯେ ‘ମୋର କୌଣସି ଲକ୍ଷଣ ନଥିବାବେଳେ ମୁଁ କୋଭିଡ ଆରଟି-ପିସିଆର ଟେଷ୍ଟ କରାଇଥିଲି। ଏହାର ରିପୋର୍ଟ ପଜିଟିଭ ଆସିଛି। ସୁରକ୍ଷା ଦୃଷ୍ଟିରୁ ମୁଁ ଗୃହ ସଂଗରୋଧରେ ରହିଛି। ଏଥି ସହିତ ମୋ ଯେଉଁମାନେ ସଂସ୍ପର୍ଶରେ ଆସିଛ, ସେମାନେ ଗୃହ ସଂଗରୋଧରେ ରହିବା ସହିତ କୋଭିଡ ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି।’