ଅରୁଣ ଜେଟଲୀଙ୍କ ଶେଷାକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ,୨୫ା୮/ଏଜେନ୍ସି: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ରବିବାର ଅପରାହ୍ଣ ୩ଟା ୧୭ରେ ନିଗମବୋଧ ଘାଟରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ପୁଅ ରୋହନ ମୁଖାଗ୍ନି ଦେଇଛନ୍ତି।

ଏହାପୂର୍ବରୁ ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀରକୁ ବିଜେପି କାର‌୍ୟ୍ୟାଳୟକୁ ଶେଷଦର୍ଶନ ପାଇଁ ନିଆଯାଥିଲା। ବିଜେପି କାର‌୍ୟ୍ୟାଳୟରେ ତାଙ୍କ ପାର୍ଥିବ ଶରୀରକୁ ଦିନ ଗୋଟାଏ ପର‌୍ୟ୍ୟନ୍ତ ଶେଷ ଦର୍ଶନ କରାଯିବାପରେ ଶେଷାକୃତ୍ୟ ପାଇଁ ନିଗମବୋଧ ଘାଟକୁ ନିଆଯାଇଥିଲା । ସେଠାରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇଥିଲା । ଅନ୍ତିମ ସଂସ୍କାର ସମୟରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲାଲକୃଷ୍ଣ ଆଡଭାନୀ, ରାମ ବିଲାସ ପାସଓ୍ଵାନ, ଜେପି ନଡ୍ଡା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ବାବା ରାମଦେବ ମଧ୍ୟ ଉପସ୍ଥିତ ଥିଲେ।