ପରୀ ଗାଁରେ ଆରୁଣ ବୋଥ୍ରା

ନୟାଗଡ଼, ଏନ୍ଏନ୍ଏସ୍: ପରୀ ମୃତ୍ୟୁ ମାମଲାରେ ଆରମ୍ଭ ହୋଇଛି ତଦନ୍ତ । ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ଟିମ ନୟାଗଡ଼ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଟିମ୍ ଆଜି ଅପରାହ୍ଣରେ ଯଦୁପୁରୁ ଗାଁରେ ପହଞ୍ଚି ପରୀର ମୃତଦେହ ମିଳିଥିବା ସ୍ଥାନରେ ଅନୁଧ୍ୟାନ କରିଥିଲେ । ଏହାପରେ ଟିମ୍ ପରୀର ବାପା ମା’ଙ୍କ ସହ ମଧ୍ୟ ଆଲୋଚନା କରିଛି । ଏହି ଟିମରେ ଅରୁଣ ବୋଥ୍ରାଙ୍କ ସହ କ୍ରାଇମବ୍ରାଞ୍ଚ ଏସପି ଆରକେ ଦୋରା, ଅତିରିକ୍ତ ଏସପି ଆର.ସି ଥାମ୍ବା ଏବଂ ଦୁଇଜଣ ଇନନ୍ସପେକ୍ଟର ଅଛନ୍ତି ।