ପତ୍ନୀଙ୍କୁ ପିଟିପିଟି ମାରିଦେବା ଘଟଣା : ଅଭିଯୁକ୍ତ ସ୍ୱାମୀଙ୍କୁ୧୦ବର୍ଷ ଜେଲ

ବାଲେଶ୍ୱର, ଏନଏନଏସ୍ :୨୦୧୫ମସିହାରେ ଜଳେଶ୍ୱର ଥାନା ଅର୍ନ୍ତଗତ ସୁଗୋ ଅଂଚଳର ମାଂସ ରନ୍ଧାକୁ କେନ୍ଦ୍ର କରି ସୁଧୀର ଦେହୁରୀ ତାଙ୍କ ପତ୍ନୀ ବୁଇ ଦେହୁରୀଙ୍କୁ ହତ୍ୟା କରିଥିବା ମାମଲାକୁ ମଙ୍ଗଳବାର ଜିଲ୍ଲା ଦୌରାଜଜ ରାମଶଙ୍କର ହୋତା ବିଚାର କରି ଅଭିଯୁକ୍ତ ସୁଧୀରଙ୍କୁ ୧୦ବର୍ଷ ସଶ୍ରମ କାରଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ଜୋରିମାନା ଟଙ୍କା ଅନାଦେୟ ହେଲେ ତାଙ୍କୁ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ସୂଚନା ଅନୁଯାୟୀ, ଗତ୨୦୧୫ମସିହା ଅକ୍ଟୋବର ୧୦ତାରିଖରେ ଜଳେଶ୍ୱର ଥାନା ଅର୍ନ୍ତଗତ ସୁଗୋ ଗ୍ରାମର ସୁଧୀର ହାଟକୁ ଘୁଷୁରୀ ମାଂସ ଆଣିବାକୁ ଯାଇଥିଲା। ମାଂସ ଆଣି ତାଙ୍କ ପତ୍ନୀ ବୁଇଙ୍କୁ ରାନ୍ଧିବା ପାଇଁ କହିଥିଲେ। ହେଲେ ବୁଇ ମାଂସ ରାନ୍ଧିବାକୁ ମନା କରିଦେଇଥିଲେ। ଏନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବଚସା ଉଗ୍ରରୂପ ନେଇଥିଲା। ସୁଧୀର ଉତକ୍ଷିପ୍ତ ହୋଇ ଏକ ଛୁରୀରେ ବୁଇଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ବୁଇଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଏହି ଘଟଣାକୁ ନେଇ ଗ୍ରାମର ରମେଶଚନ୍ଦ୍ର ଜେନା ଜଳେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତି କରି ପୁଲିସ ଏନେଇ ଏକ ମାମଲା ରୁଜୁ କରି ସୁଧରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାକୁ ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ପରିଚାଳନା କରୁଥିଲେ।