ହାତୀକୁ ହତ୍ୟା ମାମଲାରେ ଧରାପଡିଲା ଅଭିଯୁକ୍ତ

ତାମିଲନାଡୁ : କେରଳ ପାଲକ୍କଡ ଜିଲ୍ଲାରେ ଗର୍ଭବତୀ ହାତୀକୁ ହତ୍ୟା ମାମଲାରେ ପୋଲିସକୁ ସଫଳତା ମିଳିଛି । ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏହା ପୂର୍ବରୁ ତଦନ୍ତକାରୀ ଦଳ ୩ ସନ୍ଦିଗ୍ଧଙ୍କୁ ନେଇ ପଚରାଉଚରା ଆରମ୍ଭ କରିଥିଲେ । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଜଙ୍ଗଲ ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି । ତେବେ କେରଳ ପାଲ୍ଲକ୍କଡ ଜିଲ୍ଲାର ଏକ ଗାଁ’କୁ ଗର୍ଭବତୀ ହାତୀ ଆସିଥିଲା । କିନ୍ତୁ କିଛି ଦୁର୍ବୃତ୍ତ ସପୁରୀରେ ବାରୁଦ ଦେଇ ମାଈ ହାତୀକୁ ଖାଇବାକୁ ଦେଇଥିଲେ । ବୋମା ବିସ୍ଫୋରଣ ହେବାରୁ ହାତୀ ଓ ତାର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିଲା । ହାଇଦ୍ରାବଦର ନେନେରେଡମେଟ୍ ରହୁଥିବା ଜଣେ ବ୍ୟକ୍ତି ହତୀର ହତ୍ୟାକରୀକୁ ଧରିଲେ ୨ଲକ୍ଷଟଙ୍କା ପୁରଷ୍କାର ରାଶି ଘୋଷଣା କରିଥିଲେ।