ପାଟଣା,ଏନ୍ଏନ୍ଏସ୍ : ଫେରାର ପ୍ରେମିକ ଗିରଫ। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେଇ ୬ ମାସର ଗର୍ଭବତୀ କରି ଗତ ୨୦୧୫ ମସିହା ନଭେମ୍ବର ମାସରୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ପିଛୁଳି ଗ୍ରାମର ଫେରାର ହୋଇଯାଇଥିବା ଅଭିଯୁକ୍ତ ଅକ୍ଷୟ ନାଏକ(୩୪)କୁ ପାଟଣା ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ, ଅକ୍ଷୟ ନାବାଳିକାକୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା ନାବାଳିକା ଜଣକ ଗର୍ଭବତୀ ହେବା ପରେ ଘଟଣା ଜଣାପଡିଥିଲା । ଘଟଣା ଜଣା ପଡିବାରୁ ଗ୍ରାମରେ ସଭା ବସି ଉଭୟଙ୍କୁ ବିବାହ କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା ବିବାହ କଥା ଜାଣି ପାରିବା ପରେ ଅଭିଯୁକ୍ତ ପ୍ରେମିକ ଫେରାର ହୋଇଯାଇଥିଲା । ନାବଳିକାର ପରିବାର ପକ୍ଷରୁ ଏନେଇ ପାଟଣା ଥାନାରେ ଅଭିଯୋଗ ପରେ ପାଟଣା ପୋଲିସ ଫେରାର ଥିବା ପ୍ରେମିକ ଅକ୍ଷୟକୁ ରାଇରଙ୍ଗପୁର ଅଞ୍ଚଳରୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିବା ପାଟଣା ଥାନା ଅଧିକାରୀ ସଂଧ୍ୟାରଣୀ ଜେନା ସୂଚନା ଦେଇଛନ୍ତି ।