ଚୋରି ଘଟଣାରେ ଫେରାର ଅଭିଯୁକ୍ତ ଗିରଫ

  • ପାଟଣା, ଏନଏନଏସ: କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୁଲିସ ଚୋରି ଅଭିଯୋଗରେ ଫେରାର ଥିବା ୩ ଯୁବକଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ମୁଖ୍ୟ ଅଭିଯୁକ୍ତ କାମେଶ୍ୱରପୁର ସାହିର ଅମନ ନାଏକ(୧୯), ଦୁର୍ଗାଦେଇପୁର ଗ୍ରାମର ଚନ୍ଦ୍ର ଶେଖର ବରଡ଼ିଆ ଓରଫ ଭେଲୁ(୨୮) ଓ ସଁରାପଶି ଗ୍ରାମର ରାଜେଶ ନାଏକ(୩୦)। ପ୍ରକାଶ ଯେ, ଏହି ୩ ଯୁବକଙ୍କ ସମେତ ୭ ଜଣ ଗତ ନଭେମ୍ବର ୧୪ ତାରିଖ ରାତିରେ ବାଉଁଶଡିହା ଗ୍ରାମର ରମେଶ ଚନ୍ଦ୍ର ମହାନ୍ତଙ୍କ ଘରେ ପଶି ସାଇକେଲ ଓ କୁକୁଡ଼ା ଚୋରି କରି ନେଉଥିବା ସମୟରେ ଧରା ପଡ଼ିଥିଲେ। ପରେ ଗିରଫ ଭୟରେ ଫେରାର ହୋଇଯାଇଥିଲେ। ସୋମବାର ସନ୍ଧ୍ୟାରେ ଏହି ୩ ଜଣ ଯୁବକ ବସି କୌଣସି ଏକ ଆଲୋଚନା କରୁଥିବା ସମୟରେ ଏସ୍ଆଇ ରଣଜିତ ପଟ୍ଟନାୟକ ୩ ଜଣଙ୍କୁ ଗିରଫ କରିଥିଲେ। ଏହି ଘଟଣାରେ ଅନ୍ୟ ୪ ଜଣ ଏ ପର୍ଯ୍ୟନ୍ତ ଫେରାର ଥିବାବେଳେ ଏନେଇ ପାଟଣା ଥାନାରେ କେସ୍ ନଂ. ୧୮୧/୨୦ରେ ଏକ ମାମଲା ରୁଜୁ ହୋଇଥିଲା।