ଅର୍ପଣ ଲାକ୍ରା ହେବେ ଓଡ଼ିଶା ସନ୍ତୋଷ ଟ୍ରଫିର ନୂତନ ଅଧିନାୟକ

ରାଉରକେଲା,ଏନ୍ଏନ୍ଏସ୍ବାଲାମଦିନା ଲାକ୍ରା ଓଆରଏସ୍‌ପି କମ୍ୟୁନିକେସନ ଇଞ୍ଜିନିୟରିଂ ବିଭାଗର ସିନିଅର ଟେକ୍ନିସିଆନ ଜେ ଲାକ୍ରାଙ୍କ ପୁଅ ଅର୍ପଣ ଲାକ୍ରା ପଶ୍ଚିମବଙ୍ଗ କଲ୍ୟାଣୀ  ଠାରେ ଅନୁଷ୍ଠିତ ହେବାକୁ ଥିବା ୭୪ତମ ଜାତୀୟ ସିନିୟର ପୁରୁଷ ସନ୍ତୋଷ ଟ୍ରଫି ଫୁଟବଲ ଚାମ୍ପିଆନସିପ(ପୂର୍ବାଞ୍ଚଳ ଯୋଗ୍ୟତା ପର୍ଯ୍ୟାୟରେ) ଓଡ଼ିଶା ଦଳ ପାଇଁ ଅଧିନାୟକତ୍ୱ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଙ୍କ ଭାଇ ଅରବିନ୍ଦ ଲାକ୍ରା ମଧ୍ୟ ଦଳର ଅଧିନାୟକତ୍ୱ କରିସାରିଛନ୍ତି।